Site icon ଆଜିକାଲି

ପ୍ରତିଶ୍ରୁତି ପୂରଣ କଲେ ରାଜ୍ୟ ସରକାର, ମାଲକାନଗିରିରୁ ପଣସପୁଟକୁ ଗଡିଲା ବସ୍

ମାଲକାନଗିରି : ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳ ପଣସପୁଟକୁ ବସ ଚଳାଚଳ ଆରମ୍ଭ ହୋଇଛି । ଏଥିସହ ସ୍ଥାନୀୟ ବାସିନ୍ଦାଙ୍କ ବହୁଦିନର ଦାବି ପୂରଣ ହୋଇଛି । ଆଜି ସକାଳେ ସାଂସଦ ରମେଶ ମାଝୀ ଓ ବିଧାୟକ ପୁର୍ନବାକା ବାଲିମେଳାରେ ବସ୍ ଚଳାଚଳର ଶୁଭ ଉଦଘାଟନ କରିଛନ୍ତି । ଦିନେ ଅଞ୍ଚଳବାସୀ ପଣସପୁଟ ଯିବାପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏଣିକି ସୁବିଧାରେ ବସ୍‌ରେ କରିବେ ଯାତାୟତ । ପଣସପୁଟକୁ ଓଏସଆରଟିସି ବସ ଗଢିଛି । ନିକଟରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମାଲକାନଗିରି ଗସ୍ତ କରିଥିଲେ । ସ୍ୱାଭିମାନ ଅଞ୍ଚଳବାସୀ ତାଙ୍କୁ ସାକ୍ଷାତ କରି ବସ୍‌ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ୧୦ ଦିନ ମଧ୍ୟରେ ବସ୍‌ ସେବା ଯୋଗାଇ ଦେବେ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ ।

Exit mobile version