Site icon ଆଜିକାଲି

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଆଜି ଫୁଲଡ୍ରେସ୍ ରିହରସଲ୍ ହେବ

ଭୁବନେଶ୍ଵର : ଆସନ୍ତା ୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ଓ ଡିସିପି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ପୋଲିସ ଅଧିକାରୀ ନିୟୋଜିତ ହେବେ । ଏହି ପରିପ୍ରେକ୍ଷୀରେ ଆଜି ହେବ ଫୁଲ ଡ୍ରେସ୍ ରିହଲସଲ । ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେଠାରେ ମଧ୍ୟ ତାଙ୍କ ସୁରକ୍ଷା ପ୍ରସ୍ତୁତିକୁ ଜୋରଦାର କରାଯାଇଛି ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ଓ ଡିସିପି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଆସନ୍ତା ୧୦ରେ ବାୟୁ ସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ବିମାନବନ୍ଦରରେ କେଉଁଠି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ବିମାନବନ୍ଦରରୁ ରାଜଭବନ ଅଭିମୁଖେ କିଭଳି କାରକେଡ୍ ନିଆଯିବ ତାର ସମୀକ୍ଷା କରିଥିଲେ ପୋଲିସ କମିଶନର । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ପୋଲିସ ଅଧିକାରୀ ନିୟୋଜିତ ହେବେ । ରାଷ୍ଟ୍ରପତି ଭୁବନେଶ୍ବରରେ ଯେଉଁ ସ୍କୁଲ ପରିଦର୍ଶନରେ ଯିବେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ଆଜି ଏଥିପାଇଁ ଫୁଲଡ୍ରେସ୍ ରିହରସଲ୍ ହେବ ।

Exit mobile version