Site icon ଆଜିକାଲି

ବସ୍ ଅଟକାଇଲେ ଗଜରାଜ, ଭାଙ୍ଗିଲେ ସାମନାପଟ କାଚ

ରାୟଗଡା : ରାୟଗଡ଼ା-ପାର୍ବତୀପୁରମ ରୋଡରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। କ୍ୟାମେରାରେ କଏଦ ହୋଇଛି ଗଜରାଜ ରୋଷ । ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଅଟକାଇ ସାମନା ପଟ କାଚ ଭାଙ୍ଗିଛି ଏକ ଜଙ୍ଗଲୀ ହାତୀ । ଲୋକଙ୍କୁ ଆତଙ୍କିତ କରିଛି । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ହାତୀ ଆସି କାଚ ଭାଙ୍ଗିଲା ପରେ ବସ୍ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କିଛି ଯାତ୍ରୀ ବସରୁ ଓହ୍ଲାଇ ଏଣେତେଣେ ଧାଇଁଥିଲେ । ଜଣେ ଦୁଇ ଜଣ ଯାତ୍ରୀଙ୍କୁ ମଧ୍ୟ ହାତୀଟି ଗୋଡାଇଥିଲା । ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ବସଟି ରାୟଗଡ଼ାରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯିବା ସମୟରେ ଏଭଳି ଘଟିଛି ।

Exit mobile version