Site icon ଆଜିକାଲି

ଲୋକାର୍ପିତ ହେଲା ଗାନ୍ଧୀ ଭବନ ଲାଇବ୍ରେରୀ

ବଲାଙ୍ଗିର: ଲୋକାର୍ପିତ ହେଇଛି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗାନ୍ଧୀ ଭବନ ଲାଇବ୍ରେରୀ । ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ଉଦଘାଟନ କରିବା ସହ ପିଲାମାନଙ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି କହିଛନ୍ତି ।

ଜିଲ୍ଲାପାଳ ଶ୍ରୀ ରାଣା ଏହା ଯତ୍ନ ନେବା ସହ ଏଠାରୁ ଅଧିକ ରୁ ଅଧିକ ପିଲା ସଫଳ ହୁଅନ୍ତୁ ବୋଲି କହିଥିଲେ । ୫୦ ବର୍ଷର ଏହି କୋଠା ରୂପାନ୍ତିକରଣ ପରେ ଖୁବସୁନ୍ଦର ହୋଇଛି । ଏହାକୁ ଗତ ୩ ମାସ ହେଲା ରୂପାନ୍ତିକରଣ କରାଯାଉଥିଲା । ବଲାଙ୍ଗିର ବ୍ଲକ ପକ୍ଷରୁ ଏହାର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ମହାନଦୀ କୋଲ ଫିଲଡ ଲିମିଟେଡ ସିଏସଆର ଫଣ୍ଡରୁ ଟଙ୍କା ଦେଇଥିଲା । ପାଠକ ଫୋରମର ସତ୍ୟ ପାଣିଗ୍ରାହୀ , ରଘୁନନ୍ଦନ ସିଂ, ବିଶିଷ୍ଟ ଗାନ୍ଧୀବାଦୀ ଜୟରାମ ମିଶ୍ର, ବିଡିଓ ଶରତ ସେଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ ସାହୁ , ଗାନ୍ଧୀଭବନ ର ଘାସିରାମ ଖାଲସାଇ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Exit mobile version