ନବରଙ୍ଗପୁର, (ସରୋଜ କୁମାର ବେହେରା): ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାସିନୀ ପଞ୍ଚାୟତ ଅଧୀନ ବାସିନୀ ଗ୍ରାମରେ ଗଣେଶ ପୂଜା ମଣ୍ଡପ ଭକ୍ତଙ୍କ ମନ ମହୁଛି। ଦୀର୍ଘ ବାର ବର୍ଷ ଧରି ପୂଜା ହୋଇ ଆସୁଥିବା ବାସିନୀ ନାୟକ ସାହି ଗଣେଶ ପୂଜାର ପ୍ରତିବର୍ଷ ପୂଜାର ଗାରିମା ବୃଦ୍ଧି ହେବାରେ ଲାଗିଛି। ପ୍ରତିବର୍ଷ ବିଭିନ୍ନ ପ୍ରକାରର ଗଣେଶ ପ୍ରତିମା ନିର୍ମାଣ କରି ପୂଜା ଚଳାଇ ଆସୁଥିବା ଯୁବକ ମାନଙ୍କ ପ୍ରଚେଷ୍ଟା ବଳରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳୁଛି। ପୁଜା କମିଟିରେ ଶିବରାମ ନାୟକ,ଲକ୍ଷ୍ମୀକାନ୍ତ ନାୟକ,ସନ୍ତୋଷ ଭ ତ୍ରା,ନୀଳକଣ୍ଠ ନାୟକ, ଲିଙ୍ଗେଶ ନାୟକ,ମଦନ ନାୟକ,ଭଗତ ନାୟକ,ଦେବରାଜ ଗୌଡ,ଭଗବାନ ନାୟକ,ତପନ ନାୟକ,ବଳଦେବ ନାୟକ,ଦୁଲ୍ଲଭ ନାୟକ,ଯୋଗେଶ ଗୌଡ ପ୍ରମୁଖ ପ୍ରତିବର୍ଷ ଆପ୍ରାଣ ଉଦ୍ୟମ କରି ନାୟକ ସାହି ଗଣେଶ ପୂଜା ଚଳାଇ ଆସୁଥିବା ଯୁବକ ମାନେ କହିଛନ୍ତି।