Site icon ଆଜିକାଲି

ଟିକରପଡାରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ ଓ ତିନି ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ସହଦେବ ଟିକରପଡାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ତୋଫାନ ଗୈ।ଡ । ତିନିଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ପରେ ମାରପିଟ ହୋଇଥିଲା ।

ଧାରୁଆ ଅସ୍ତ୍ରରେ ମାରପିଟରେ ଦୁଇ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତର ହେଲେ କାଳୁ ଗୌଡ଼, ଜ୍ୟୋତ୍ସ୍ନା ଗୌଡ଼, ପ୍ରତିମା ଗୌଡ଼ । ଘଟଣାସ୍ଥଳରେ ଚିକିଟି ଏସଡିପିଓ ଏବଂ ଦିଗପହଣ୍ଡି ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଟିକରପଡାରେ ପୋଲିସ ମୁତୟନ କରାଯାଇଛି । ସଂଘର୍ଷର ପ୍ରକୃତ କାରଣ ଜଣାପଡ଼ିନାହିଁ।

Exit mobile version