Site icon ଆଜିକାଲି

ଗଙ୍ଗାଧର ବେଶରେ ମହାପ୍ରଭୁ ଧବଳେଶ୍ୱର, ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

ଆଠଗଡ଼ : ଆଜି ଦ୍ବିତୀୟ ପଞ୍ଚୁକ। ଦ୍ବିତୀୟ ପଞ୍ଚୁକରେ ମହାପ୍ରଭୁ ଧବଳେଶ୍ୱର ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି । ଶନିବାର ଦିନ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ମହା କାର୍ତ୍ତିକ ମାସର ବଡ ପର୍ବ ବଡ ଓଷା ।

ସେହିପରି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦ୍‌ଯାପନ କରିଥାନ୍ତି। ସେଥିପାଇଁ ଶୁକ୍ରବାର ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା।

ଅନ୍ୟପଟେ ସୁରକ୍ଷା ସହ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ , ନଦୀ ଘାଟରେ ଓଡ୍ରାଫ , ଅଗ୍ନିଶମ ବାହିନୀ , ମେଡିକାଲ ଟିମ ମୁତୟନ ହୋଇଛନ୍ତି । ଏହାସହ ପୀଠରେ ଆଠଗଡ ଉପଜିଲ୍ଲାପାଳ ଓ କଟକ ଗ୍ରାମାଞ୍ଚଳ ଏସପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ସକାଳୁ ସକାଳୁ ଲମ୍ବାଧାଡିରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

Exit mobile version