Site icon ଆଜିକାଲି

ଏସସିବିରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ

କଟକ : ଏସସିବି ମେଡିକାଲ କାର୍ଡିଓଲୋଜି ବିଭାଗରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ । ହୃଦଘାତ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଗତ ଶୁକ୍ରବାର ଏସ୍‌ସିବିରେ ଭର୍ତି ହୋଇଥିଲେ । ଶୁସାନ୍ତ ମଧୁମେହ ରୋଗ ସମେତ ହୃଦଘାତ ଜନିତ ସମସ୍ୟା ଥିବାରୁ ତାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥଲା ।

ସୁସ୍ଥ ହେବାରୁ ବୁଧବାର ଏସ୍‌ସିବିରୁ ଡିସଚାର୍ଜ କରାଯାଇଛି । ଶୁସାନ୍ତଙ୍କ ଆଖି ସମସ୍ୟା ଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ଭୂବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଯାଇ ବଲାଙ୍ଗୀର ଅଭିମୂଖେ ନିଆଯାଇଛି । ଜଣେ ଇନ୍ସପେକ୍ଟରଙ୍କ ସମେତ ଗୋଟେ ସେକ୍ସନ ପୋଲିସ ଫୋର୍ସ ଶୁସାନ୍ତ ଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ବଲାଙ୍ଗିରକୁ ନେଇଛନ୍ତି ।

Exit mobile version