Site icon ଆଜିକାଲି

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୨ ଗିରଫ

ମୁନିଗୁଡ଼ା : ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଛି । ଯାହାକୁ ନେଇ ବିଭିନ୍ନ ସୀମାନ୍ତ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ସୁରକ୍ଷା ଯାଞ୍ଚ । ଏହିକ୍ରମରେ ପୋଲିସକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମିଳିଛି ସଫଳତା । ଗଜପତିରୁ ରାୟପୁରକୁ ଚୋରାରେ ଚାଲାଣ ବେଳେ ୧୦ କେଜି ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅମ୍ବାଦଳା ପୋଲିସ ।

ଖବର ଅନୁଯାୟୀ, ଗୋଟିଏ ବ୍ୟାଗ୍‌ରେ ଗଞ୍ଜେଇ ନେଇ ବାଇକ୍‌ ଯୋଗେ ଛତିଶଗଡ଼ର ରାୟପୁରକୁ ଦୁଇ ଜଣ ଯାଉଥିଲେ । ଅମ୍ବାଦଳା କଲେଜ ଛକ ନିକଟରେ ଯାଞ୍ଚ କରୁଥିବା ପୋଲିସ ଅଧିକାରୀ ବାଇକ୍‌କୁ ଅଟକାଇଥିଲେ । ଆଉ ଗାଡିକୁ ଯାଞ୍ଚ ବେଳେ ଏକ ବ୍ୟାଗ୍‌ରୁ ୧୦ କେଜିରୁ ଅଧିକ ଗଞ୍ଜେଇ ମିଳିଥିଲା । ଏହାସହ ବାଇକ୍‌ରେ ଥିବା ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ସେପଟେ ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଚାଲାଣକାରୀ ମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲର ସଞ୍ଜୟ ମେହେର ଓ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚିଲାଗୁଡା ଗ୍ରାମର କାଲେଶ୍ୱର୍ ମେହେର ।

Exit mobile version