Site icon ଆଜିକାଲି

ମିନିଟ୍ରକରୁ ୪ କୋଟିର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଫେରାର

ମୋହନା : ଗଜପତି ଜିଲା ମୋହନା ଥାନା ମଧୁରଆମ୍ବ ନିକଟରେ ଏକ ମିନିଟ୍ରକରୁ ୪ କୋଟି ଟଙ୍କାର ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଗାଡିରଖି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି l

ଖବର ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ମୋହନା ଥାନା ପୋଲିସ ଲୁହାଗୁଡ଼ି ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା l ଏହି ସମୟରେ ମିନିଟ୍ରକକୁ ସନ୍ଦେହରେ ପିଛା କରିଥିଲା ପୋଲିସ l ପୋଲିସ ପିଛା କରୁଥିବା ଦେଖି ଟ୍ରକର ଡ୍ରାଇଭର ଓ ଅନ୍ୟଜଣେ ଗାଡି ରଖି ଚମ୍ପଟ ମାରିଥିଲେ l ପୋଲିସ ଯାଞ୍ଚ ପରେ ଏଥିରେ ୪୩ କୁଇଁଣ୍ଟlଲ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଏତେ ପରିମାଣର ଗଞ୍ଜେଇ କେଉଁଠାରୁ କେଉଁଠିକୁ ଯାଉଥିଲା ତାହାର ତଦନ୍ତ କରୁଛି ପୋଲିସ l

Exit mobile version