Site icon ଆଜିକାଲି

ଗଞ୍ଜାମ ପୋଲିସ ରାଜ୍ୟରେ ଶ୍ରେଷ୍ଠ, ବ୍ରହ୍ମପୁର ଟାଉନ ଥାନା ଓ କୋଦଳା ଥାନାଧିକାରୀ ଶ୍ରେଷ୍ଠ ତାଲିକାର ପ୍ରଥମ ସ୍ଥାନରେ

ବ୍ରହ୍ମପୁର : କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ (ସିସିଟିଏନଏସ)ରେ ଲୋକଙ୍କୁ ହାତପାଆନ୍ତାରେ ବିଭିନ୍ନ ସେବା ଯୋଗାଇଦେବା ଏବଂ ଅପରାଧ ଓ ବିଭିନ୍ନ ତଥ୍ୟ ପଞ୍ଜିକରଣରେ ଗଞ୍ଜାମ ଜିଲ୍ଲା ପୋଲିସ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ବାକି ୩୫ଟି ପୋଲିସ ଜିଲ୍ଲାକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି ଗଞ୍ଜାମ ଜିଲ୍ଲା ପୋଲିସ।

ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଜିଲ୍ଲାୱ।ରୀ ପ୍ରଗତି ଡ୍ୟାସବୋର୍ଡରେ ଏହି ସୂଚନା ଦିଆଯିବା ସହ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ପୋଲିସ ଦ୍ୱିତୀୟ ଓ ଅନୁଗୁଳ ଜିଲ୍ଲା ପୋଲିସ ତୃତୀୟ ସ୍ଥାନରେ ରହିଛି । ଗୃହ ବିଭାଗର ପ୍ରଗତି ଡ୍ୟାସବୋର୍ଡରେ ପ୍ରକାଶିତ ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲିସର ସଫଳତା ହାର ୯୭ ଦଶମିକ ୨୮ ପ୍ରତିଶତ ରହିଥିବା ବେଳେ ନୂଆପଡ଼ା ଜିଲ୍ଲା ପୋଲିସର ସଫଳତା ହାର ୯୬ ଦଶମିକ ୮୨ ପ୍ରତିଶତ ରହିଛି । ଅନୁଗୁଳ ଜିଲ୍ଲା ପୋଲିସର ସଫଳତା ହାର ୯୧ ଦଶମିକ ୭୨ ପ୍ରତିଶତ ରହିଛି। ରାଜ୍ୟର ଶ୍ରେଷ୍ଠ ଥାନା ତାଲିକାରେ ବ୍ରହ୍ମପୁର ଟାଉନ ଥାନା ପ୍ରଥମ ସ୍ଥାନରେ ରହିଛି । ଶ୍ରେଷ୍ଠ ଥାନାଧିକାରୀଙ୍କ ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ କୋଦଳା ଥାନାଧିକାରୀ ଉମାକାନ୍ତ ସାହୁ ପ୍ରଥମ ସ୍ଥାନରେ ରହିଛନ୍ତି।

Exit mobile version