Site icon ଆଜିକାଲି

ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ମିଳିବ ରାଜ୍ୟପାଳଙ୍କ ପଦକ

ଭୁବନେଶ୍ୱର – ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ମିଳିବ ରାଜ୍ୟପାଳଙ୍କ ପଦକ । ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଏସପିଙ୍କୁ ୨୦୨୩ ରାଜ୍ୟପାଳଙ୍କ ପଦକ ପାଇଁ ମନୋନୀତ କରାଯାଇଛି। ଏହି ସମ୍ମାନ ପାଇଁ ଜଗମୋହନ ମୀନାଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ବରିଷ୍ଠ ଆଇପିଏସ ଅଧିକାରୀ ଜଗମୋହନ ମୀନା ୨୦୨୩ ଜାନୁଆରୀ ୮ ରେ ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ ଅନୁଗୁଳ ଏସପି ଥିଲେ ।

Exit mobile version