Site icon ଆଜିକାଲି

ଗୌରହରି ଦାସ ପାଇଲେ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କଥାକାର ଡ. ଗୌରହରି ଦାସଙ୍କୁ ତାଙ୍କ ଗଳ୍ପ ସଂକଳନ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇଛନ୍ତି । ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡ.ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଡ. ଦାସଙ୍କୁ ପୁରସ୍କାର ବାବଦକୁ ଉତରୀୟ, ପ୍ରଶସ୍ତିପତ୍ର ଓ ଫଳକ ସହ ନଗଦ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।

ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁଖ୍ୟାତ ହିନ୍ଦୀ କବି ତଥା କଥାକାର ଉଦୟନ ବାଜପାୟୀ ଯୋଗ ଦେଇଥିଲେ । ‘ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ’ର ଟ୍ରଷ୍ଟି ପାରମିତା ପଣ୍ଡା ଉପସ୍ଥିତ ଥିଲେ । ୨୦୧୮ରେ ଟାଇମ୍‌ପାସ୍ ପବ୍ଲିକେସନ ପକ୍ଷରୁ ପ୍ରକାଶିତ ଡ. ଦାସଙ୍କ ଗଳ୍ପ ସଂକଳନ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି । ଏହାବ୍ୟତୀତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଓ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି । ପୁରସ୍କାର ବାବଦକୁ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି ।

Exit mobile version