Site icon ଆଜିକାଲି

ଗୌତମ ଆଦାନୀ ଏବେ ବିଶ୍ବର ଦ୍ୱିତୀୟ ବଡ଼ ଧନୀ

ନୂଆଦିଲ୍ଲୀ: ଆମାଜନ ବସ୍ ଜେଫ୍ ବେଜୋସ୍ ଏବଂ ଲୁଇ ଭୁଇଟନ୍ ମାଲିକ ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଏବେ ବିଶ୍ବର ଦ୍ୱିତୀୟ ବଡ଼ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ଗୌତମ ଆଦାନୀଙ୍କ ନିଟ୍ ମୂଲ୍ୟ ୧୫୪.୭ ବିଲିୟନ ଡ଼ଲାର୍ ଆକଳନ କରାଯାଇଛି | ୨୭୩.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ସହିତ ଟେସଲା ମାଲିକ ଏଲନ୍ ମସ୍କ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ।

ଗତ ମାସରେ ମଧ୍ୟ ଗୌତମ ଆଦାନୀ ଲୁଇ ଭୁଇଟନର ବର୍ନାର୍ଡ ଆର୍ନଲ୍ଟଙ୍କୁ ଟପି ତୃତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେହି ସମୟରେ ସେ ଜେଫ୍ ବେଜୋସ୍ ଏବଂ ଏଲନ୍ ମସ୍କଙ୍କ ପଛରେ ଥିଲେ।

ଏବେ ଆର୍ନାଲ୍ଟ ମୋଟ ୧୫୩.୫ ବିଲିୟନ ଡ଼ଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । କାରଣ ଶୁକ୍ରବାର ତାଙ୍କର ନିଟ୍ ମୂଲ୍ୟ ୩.୦୮ ପ୍ରତିଶତ ତଥା ୪.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ ଜେଫ୍ ବେଜୋସ୍ ବର୍ତ୍ତମାନ ୧୪୯.୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ନିଟ୍ ମୂଲ୍ୟ ଶୁକ୍ରବାର ୨.୩ ବିଲିୟନ ଡ଼ଲାର୍ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ ମୁକେଶ ଅମ୍ବାନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତି ୯୨ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି ।

FacebookTwitterLinkedinWhatsapp
Exit mobile version