Site icon ଆଜିକାଲି

ବିଶ୍ୱ ଗାୟତ୍ରୀ ପରିବାର ଓ ଦିୟା ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।


କେନ୍ଦୁଝର, ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ଓ କେନ୍ଦୁଝର ଦିୟା ଆନୁକୂଲ୍ୟରେ କେନ୍ଦୁଝରର ଶକ୍ତିପୀଠ ପରିସରରେ ବିଭିନ୍ନ ବୟସର ଛାତ୍ରଛାତ୍ରୀ ମାନଙ୍କ ଭିତରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଭିତରେ ଲୁକାୟିତ ହୋଇ ରହିଥିବା ପ୍ରତିଭାକୁ ଖୋଜି ତାହାର ବିକାଶ କରାଇବା ଲକ୍ଷରେ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା। କେନ୍ଦୁଝରର ବିଭିନ୍ନ ସ୍କୁଲକଲେଜରେ ପଢ଼ୁଥିବା ପ୍ରଥମ କ୍ଳାସ ରୁ କଲେଜ ପର୍ଯ୍ୟନ୍ତର ପିଲାମାନଙ୍କ ଭିତରେ ସଙ୍ଗୀତ, କଳା, ଚିତ୍ରାଙ୍କନ, ଡିବେଟ, ଝୋଟି ପରି ପ୍ରତିଯୋଗିତା କରାଯାଇଥିଲା। ଆଜିର ଛାତ୍ରଛାତ୍ରୀଙ୍କ ଭିତରେ ଅଧ୍ୟାତ୍ମବାଦ ଓ ଦେଶପ୍ରୀତି ଜାଗରଣ କରିବା ଲକ୍ଷ୍ୟରେ ବିଭିନ୍ନ ବର୍ଗର ପିଲାଙ୍କୁ ନେଇ ଏପରି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ତାଲ ପେ ତାଲ ସଙ୍ଗୀତ ପ୍ରତିଯୋଗିତା , ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କରାଯାଉଛି। ଭାରତ ଓ ଭାରତୀୟତା, ଆଧ୍ୟାତ୍ମ ଓ ବିଜ୍ଞାନର ସମନ୍ୱୟ ଉପରେ ଡିବେଟ ପ୍ରତିଯୋଗିତା କରା ଯାଇଥିଲା। ଏହା ସହ ପ୍ରତିଯୋଗୀଙ୍କ ଭିତରେ ଏକ ଝୋଟି ପ୍ରତିଯୋଗିତା କରାଯାଇଛି । ଆଜିର ପ୍ରତିଯୋଗିତା କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗର ଭାଗ ନେଇଥିଲେ ଏହି ସବୁ ପ୍ରତିଯୋଗିତାର ଫଳାଫଳ ଆସନ୍ତା ୨୦ ତାରିଖରେ ଘୋଷଣା କରାଯିବା ପରେ ବିଜୟାଦଶମୀ ଅବସରରେ ଆସନ୍ତା ୨୪ ରେ ଗାୟତ୍ରୀ ଶକ୍ତିପୀଠ ପରିସରରେ କୃତି ପ୍ରତିଯୋଗୀଙ୍କୁ ବିଶ୍ଵ ଗାୟତ୍ରୀ ପରିବାର ଓ ଦିୟା ତରଫରୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଛି।

Exit mobile version