Site icon ଆଜିକାଲି

ଅନୁସୂଚିତ ଜାତି ଏକତା ମଞ୍ଚର ସାଧାରଣ ସଭା ଅନୁଷ୍ଠିତ

କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଅନୁସୂଚୀତ ଜାତିର ସମସ୍ତ ବର୍ଗଙ୍କୁ ନେଇ ଜିଲ୍ଲା ମୁଖ୍ୟାଳୟରେ ଥିବା ସହିଦ ସଦନଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ କାର୍ଯ୍ୟକାରୀ କମିଟି ଗଠନ ହୋଇଯାଇଛି । ମୂଖ୍ଯ ଅତିଥି ଭାବେ ଶ୍ରୀଯୁକ୍ତ କୁମାର ମଣି ତନ୍ତୀ ଯୋଗ ଦେଇଥିଲେ । ସେ ଉଦବୋଧନ ଦେଇ କହିଥିଲେ ସମସ୍ତଙ୍କୁ ଏକତାର ସୂତ୍ରରେ ଯୋଡିବାକୁ ପଡିବ । ଆମ ଏକତାକୁ ଏବେ ବି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତେଣୁ ଆମେ ଏଥି ପ୍ରତି ସଜାଗ ହେବା ଉଚିତ। ଆମ୍ବେଦକର ଆମକୁ ଅଧିକାର ଦେଇଛନ୍ତି। ତଥାପି ଆମେ ଅଧିକାର ସାବ୍ୟସ୍ତ କରୁନୁ। ଆମେ ସବୁ କୁଶଳୀ, ପରିଶ୍ରମୀ ତଥାପି ଆମେ କାହିଁକି ଶୋଷିତ ଆମେ ଭିତରେ ସ୍ବାଭିମାନ ଜାଗ୍ରତ ହେଉନି। କର୍ମ ବଳରେ ନିଜର ଜାତିର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଯୁକ୍ତ ଭରତ ଚନ୍ଦ୍ର ପାତ୍ର ଯୋଗ ଦେଇ କହିଲେ ଆମେ ଏ ପର୍ଯ୍ୟନ୍ତ ସଚେତନ ହୋଇ ନାହୁଁ । ଆମେ ଜେ ପର୍ଯ୍ୟନ୍ତ ସଙ୍ଗଠିତ ହୋଇ ନାହୁଁ। ଆମ ଭିତରେ ଏକତାର ଶକ୍ତିର ଅଭାବ ରହିଛି । ଏଣୁ ଏକତା ବଜାୟ ରଖିବା ପାଇଁ ମତ ଦେଇଥିଲେ । ନବ ନିର୍ବାଚିତ ସଭାପତି ଶ୍ରୀମତି ଗୀତାଞ୍ଜଳି ପାତ୍ର ଉଦବୋଧନ ଦେଇ କହିଲେ ଭିନ୍ନ ଭିନ୍ନ ଜାତିଙ୍କ ଭିତରେ ବୁଝାମଣା ନାହଁ। ଆମ ଭିତରେ ଉଚ୍ଚ, ନୀଚ୍ଚ ଜାତିର ଚିନ୍ତା ରହିଛି । ଏହାକୁ ପ୍ରଥମେ ଦୁର କରିବା ପାଇଁ ପ୍ରୟାସ କରାଯିବ । ଏକତା ବିନା ପ୍ରଗତି ସମ୍ଭବ ନୁହଁ। ପରେ କାର୍ଯକାରୀ କମିଟି ଶପଥ ପାଠ କରିଥିଲେ । ଶ୍ରୀମତୀ ଗୀତାଞ୍ଜଳୀ ପାତ୍ର ସଭାପତି, ନିରଦ ଚନ୍ଦ୍ର ବେହେରା ସମ୍ପାଦକ, ବାବାଜି ପାତ୍ର ଉପ ସଭାପତି, ନରେଶ କୁମାର ପାତ୍ର ଉପସଭାପତି, ସୁଶାନ୍ତ କୁମାର ସେଠୀ ଉପସଭାପତି , ଶ୍ରୀନିବାସ ମୁଖୀ ଉପ ସଭାପତି, ସୋମନାଥ ଜେନା ଉପ ସଭାପତି, ନନ୍ଦ କୁମାର ସେଠୀ ସଂଗଠନ ସମ୍ପାଦକ ପ୍ରଫୁଲ୍ଲ ଜେନା ସହ ସଂଗଠନ ସମ୍ପାଦକ ଧନୁର୍ଜୟନାରାୟଣ ପାତ୍ର ଯୁଗ୍ମ ସମ୍ପାଦକ,ରଞ୍ଜନ କୁମାର ବେହେରା ଯୁଗ୍ମ ସମ୍ପାଦକ,ମହେଶ୍ବର ଜେନା ଯୁଗ୍ମ ସମ୍ପାଦକ, ହେମନ୍ତ କୁମାର ଜେନା ଯୁଗ୍ମ ସମ୍ପାଦକ,ଷୁଢଳ ସେଠୀ କୋଷାଧ୍ୟକ୍ଷ ଖୀରୋଦ ଚନ୍ଦ୍ର ପାତ୍ର ସହ କୋଷାଧ୍ୟକ୍ଷ, ବିଭୁତି ଭୂଷଣ ବେହେରା ଆଇନ ପରାମର୍ଶ ଦାତା ଓ ରମଣୀ ରଂଜନ ସେଠୀ, ପୁର୍ଣ୍ଣ ଚନ୍ଦ୍ର ଦାସ ମିଡିଆ ସଂଯୋଜକ,ପବିତ୍ର ପାତ୍ର ସହ ମିଡିଆ ସଂଯୋଜକ ଭାବେ ଶପଥପାଠ କରିଥିଲେ । ଉକ୍ତ ବୈଠକରେ ୧୩ଟି ବ୍ଲକ,ମୁନିସିପାଲିଟି, ଏନେସି ଓ ଗାଁରୁ ସହର ଯାଏଁ ବହୁ ସଦସ୍ୟ ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ । ପ୍ରତେକ ଗାଁରୁ ସହର ସବୁ ଆଡେ ସଭା ସମିତି କରି ଅନୁସୂଚୀତ ଜାତିଙ୍କ ସମସ୍ୟାକୁ ସମାଧାନ କରିବା ସହିତ ଏକତା ଭାବ ଜାଗ୍ରତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ସାଧାରଣ ସମ୍ପାଦକ ନୀରଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version