Site icon ଆଜିକାଲି

ମହାପ୍ରଭୁ ଅଲାରନାଥଙ୍କ ଘୋଡଲାଗି ବେଶ

ବ୍ରହ୍ମଗିରି : ମାର୍ଗଶୀର ମାସ ଓଢଣ ଷଷ୍ଠୀରେ ମହାପ୍ରଭୁ ଅଲାରନାଥଙ୍କୁ ଘୋଡଲାଗି ବେଶ କରାଯାଇଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ରେଶମ ବସ୍ତ୍ରରେ ମୁଖକୁ ଛାଡି ସର୍ବ।ଙ୍ଗକୁ ଘୋଡାଇ ଦିଆଯାଇଛି । ବୁଧବାର ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କୁ ସେବାୟତମାନଙ୍କ ଦ୍ବାରା ଏହି ବେଶ କରାଯାଇଥିଲା ।

ମହାପ୍ରଭୁଙ୍କ ସହିତ ପାର୍ଶ୍ବରେ ଥିବା ଲକ୍ଷ୍ମୀ ସରସ୍ଵତୀ ଏବଂ ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ଘୋଡଲାଗି କରାଯାଇଛି । ତାପରେ ସ୍ଵତନ୍ତ୍ର ନୀତିରେ ମହାପ୍ରଭୁଙ୍କୁ କାକେରା ଭୋଗ କରାଯାଇଥିଲା । ସର୍ବସାଧାରଣ ଭକ୍ତଙ୍କ ନିମନ୍ତେ ଦର୍ଶନ ଆରମ୍ଭ କରାଯଇଥିଲା । ସୋମବାରଠାରୁ ଶ୍ରୀପଂଚମୀ ପୂର୍ବ ଦିନ ପର୍ଯ୍ୟ ଦୁଇ ମାସ ଏହି ବେଶରେ ଭକ୍ତମାନେ ଦର୍ଶନ କରିବେ । ଶ୍ରୀପଂଚମୀ ଦିନ ମହାପ୍ରଭୁଙ୍କ ସର୍ବ।ଙ୍ଗ ଦର୍ଶନ କରିବେ ଭକ୍ତ ।

Exit mobile version