Site icon ଆଜିକାଲି

ଗୀତାଞ୍ଜଳୀ ଆଉଟଲେଟ ସିଲ ଖୋଲିବାକୁ ଦାବୀ କଲେ କର୍ମଚାରୀ ମାନେ, ମିଛ ପ୍ରଚାର କରି ଗୀତାଞ୍ଜଳୀ କୁ ବଦନାମ କରିଛନ୍ତି ପୂର୍ବତନ ମେନେଜର ଅଭିଯୋଗ ଆଣିଲେ କର୍ମଚାରୀ

କେନ୍ଦୁଝର, ମଲା ମୂଷା ପଡିବା ପରେ ବି ମିଠା ଦୋକାନୀ ମିଠା  ବିକିବା  ଫୋଟୋ ଓ ଅସ୍ୱାସ୍ଥକର ପରିବେଶରେ ମିଠା ପ୍ରସ୍ତୁତ କରିବା ଭିଡିଓ ଭାଇରଲ ହେବା ପରେ ଆକ୍ସନ ମୁଡ଼ କୁ ଆସିଥିଲା ପୌର ପ୍ରଶାସନ । କିନ୍ତୁ ବର୍ତ୍ତମାନ ଏହି ଘଟଣା ରେ ଆସିଛି ଭିନ୍ନ ମୋଡ଼ । ମଲା ମୂଷା ପଡିଥିବା ମିଠା ଗୀତାଞ୍ଜଳୀ ଆଉଟଲେଟ ରେ ବିକ୍ରୀ ହେଉଥିବା ପରି ମିଛ ଅଭିଯୋଗ ଆଣି ଗୀତାଞ୍ଜଳୀ ଆଉଟଲେଟ କୁ ବଦନାମ କରିବା ଭଳି ଅପଚେଷ୍ଟା କରିଛନ୍ତି ପୂର୍ବତନ ମ୍ୟାନେଜର ସ୍ମୃତି ରଞ୍ଜନ ମିଶ୍ର ଏଭଳି ଅଭିଯୋଗ ଆଣିଛନ୍ତି ଉକ୍ତ ସଂସ୍ଥା ର ମୌସୁମୀ ପରିଡା ଓ ପୂଜା ନାଏକ ପରି ଅନେକ କର୍ମଚାରୀ । ସେମାନେ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ମ୍ୟାନେଜର ଦୀର୍ଘ ୩ମାସ ଧରି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଗୀତାଞ୍ଜଳୀ ଆଉଟଲେଟ ରୁ ବାହାର କରିଦେବାରୁ ମିଥ୍ୟା ତଥା ବଦନାମ କରି ଉକ୍ତ ଗୀତାଞ୍ଜଳୀ ଆଉଟଲେଟ ଓ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦାନା ମାରିବା ପରି ଆପଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି କର୍ମଚାରୀ ମାନେ । ଗୀତାଞ୍ଜଳୀ ଆଉଟଲେଟ କୁ ତୁରନ୍ତ ସିଲ ମୁକ୍ତ କରିବା ପାଇଁ ପୌରପାଳିକା ର ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ସଂସ୍ଥା ର କର୍ମଚାରୀ ମାନେ ।

Exit mobile version