Site icon ଆଜିକାଲି

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା, ଆଜି ଶବ ବ୍ୟବଚ୍ଛେଦ

କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ କରାଯିବ । ବଲାଙ୍ଗିର ଭୀମଭୋଇ ମେଡିକାଲରେ ଗୋବିନ୍ଦଙ୍କର ଶବ ବ୍ୟବଚ୍ଛେଦ ହେବ। ବୁର୍ଲା ମେଡିକାଲ କଲେଜ ଏଫ୍‌ଏମ୍‌ଟି ବିଭାଗର ୨ଜଣ ବିଶେଷଜ୍ଞ ଶବ ବ୍ୟବଚ୍ଛେଦ କରିବେ।

ଗତ ମଙ୍ଗଳବାର ଜେଲ ପରିସରରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ । ଏକ ଗଛରେ ଗାମୁଛା ଲଗାଇ ସେ ଝୁଲିପଡ଼ିଥିଲେ । ଜେଲ କର୍ମଚାରୀମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଗତକାଲି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ଜେଲ୍ ଓ୍ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ।

Exit mobile version