Site icon ଆଜିକାଲି

ଗୋବିନ୍ଦ ସାହୁଙ୍କ ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କ କହିବାନୁସାରେ, ସେ ବହୁତ ଷ୍ଟ୍ରୋଙ୍ଗ ଲୋକ କଦାପି ଆତ୍ମହତ୍ୟା କରିବେନି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏଥିପାଇଁ ପ୍ରଶାସନ ଦାୟୀ । କାଲି ୧୧ଟାରେ ସେ ଘରକୁ ଫୋନ୍ କରି ଭଲମନ୍ଦ କଥା ବୁଝିଥିଲେ ।

ସୂଚନା ଯେ, ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ଗୋବିନ୍ଦଙ୍କ ଶବ ବ୍ୟବଚ୍ଛେଦ କରାଯିବ । ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ ହେବ ବୋଲି ପୁଲିସ କହିଛି ।

Exit mobile version