Site icon ଆଜିକାଲି

ନଳକୂପ ଖନନ ବେଳେ ବାହାରିଲା ସୁନା ! ପରୀକ୍ଷଣ ପାଇଁ ନମୂନା ସଂଗ୍ରହ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ସୁନାଖଣି ! ଗ୍ରାମର ମହମ୍ମଦ ଜାଭେଦ ଦେବରଙ୍କ ଚାଷଜମିରେ ନୂତନ ଭାବେ ଖୋଳାଯାଇଥିବା ଗଭୀର ନଳକୂପରୁ ସୁନା ବାହାରୁଥିବା ନେଇ ଚର୍ଚ୍ଚା ହେଉଛି ।

ଗତ ୮ତାରିଖରେ ଜାଭେଦ ତାଙ୍କ ଚାଷଜମିରେ ଏକ ଗଭୀର ନଳକୂପ ଖୋଳିଥିଲେ । ଉକ୍ତ ନଳକୂପରେ ଏକ ପାଣିମଟର ଖଞ୍ଜାଯାଇ ଗୋଳିଆ ମାଟିମିଶା ପାଣି ବାହାର କରାଯାଉଥିଲା । ସେହି ସମୟରେ ନଳକୂପ ପାଣିରେ କିଛି ଉଜ୍ଵଳ ବସ୍ତୁ ମିଶିକରି ବାହାରୁଥିବା ଜାଭେଦ ଦେଖୁଥିଲେ । ଏହା ସୁନାଗୁଣ୍ଡ ବୋଲି ଜାଭେଦଙ୍କର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ଖପ୍ରାଖୋଲ ତହସିଲାଦାରଙ୍କୁ ଜଣାଇଥିଲେ । ଏହାପରେ ଏହାପରେ ତହସିଲାଦାର ଆଦିତ୍ୟ ପ୍ରାସାଦ ମିଶ୍ର ନଳକୂପ ଖୋଳା ଯାଇଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ ।

ସେହିପରି ବିଡ଼ିଓ ରଶ୍ମିରଞ୍ଜନ ରାଉତ ଏବଂ ଥାନାଧିକାରୀ ରମାକନ ସାହୁ ମଧ୍ୟ ପହଞ୍ଚି ନଳକୂପରୁ ବାହାରିଥିବା ପଥର ଗୁଣ୍ଡ ନିରୀକ୍ଷଣ କରିଥିଲେ । ଚକଚକ କରୁଥିବା ପଥରଗୁଣ୍ଡକୁ ଜମିମାଲିକ ସୁନା ବୋଲି ସନ୍ଦେହ କରୁଛନ୍ତି । ଏଣୁ ପରୀକ୍ଷଣ ପାଇଁ ଉକ୍ତ ପଥରଗୁଣ୍ଡର ନମୂନା ସଂଗ୍ରହ କରାଯାଇଛି । ପରୀକ୍ଷଣ ପରେ ଏହା ସୁନା କି ନୁହେଁ ସୃଷ୍ଟହେବ ବୋଲି ତହସି ଶ୍ରୀ ମିଶ୍ର କହିଛନ୍ତି ।

Exit mobile version