Site icon ଆଜିକାଲି

ସନ୍ଥେଇଭଞ୍ଜ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ ।କଠିନ ଅଧ୍ୟାସାୟବଳରେ ଶିଖର ଛୁଅଁ-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀମଶାଲ ଶୋଭାଯାତ୍ରାକୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା,ସମ୍ବନ୍ଧିତ ହେଲେ ୬ ପ୍ରତିଭାଧାରୀ

କେନ୍ଦୁଝର,୧୫।୧୨(ନି.ପ୍ର) : କଠିନ ଅଧ୍ୟାବସାୟ ବଳରେ ସୁନାଗରିକ ହୋଇ ଦେଶ ମାତୃକାର ସେବାରେ ବ୍ରତୀ ହୁଅ।କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ସ୍ଥିତ ସନ୍ଥେଇଭଞ୍ଜ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଶୁକ୍ରବାର ସନ୍ଧ୍ୟା ଉଦଘାଟନୀ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଉପଦେଶ ଦେଇଛନ୍ତି । ରାଜ୍ୟ ସରକାର ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ବିଦ୍ୟାଳୟ ଗୁଡିକୁ-୫ଟି ଅନ୍ତର୍ଗତ କରି ରୂପାନ୍ତରିତ କାର୍ଯ୍ୟକ୍ରମ ମାଧ୍ୟମରେ ଭିତିଭୂମିର ବିକାଶ ହାତକୁ ନେଇଥିବାବେଳେ ଖାଲି ପଡିଥିବା ଶିକ୍ଷକ ପଦ ମଧ୍ୟ ଖୁବ୍ ଶିଘ୍ର ପୁରଣ କରାଯିବ ବୋଲି ମନ୍ତ୍ରୀ ମାରାଣ୍ତି କହିଥିଲେ । ସୁବର୍ଣ୍ଣ ଜୟନ୍ତୀ ସମାରରୋହ ର ସଭାପତି ତଥା ମୋ ସ୍କୁଲ ଅଭିଯାନ ସଭାପତି ସୌମ୍ୟଶଙ୍କର ଚନ୍ଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଧରଣୀଧର ବିଶ୍ୱବିଦ୍ୟାଳୟର ଓଏସଡି ତଥା ଭାରପ୍ର‍ାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକିସ୍ଥିତିରେ ଶିକ୍ଷାଦାନ ଉପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ ପୂର୍ବଭଳି ଥିବା ଆଗ୍ରହ ପରିଲକ୍ଷିତ ହେଉନଥିବାରୁ ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ ଅଭିଭାବକ ଘରୋଇ ଶିକ୍ଷାଦାନକୁ ଅଧିକ ଗୁରୁତ୍ବ ଦେଇ ଆସୁଥିବା କହିଥିଲେ । ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାରୁ ଏ ଦିଗରେ ସେମାନେ ଅଧିକ ଯତ୍ନବାନ ହେବାକୁ ଧରାମର୍ଶ ଦେଇଥିଲେ । ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ,କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୌରବମୟ ଏହି ଶିକ୍ଷାନୁଷ୍ଠାନର ୫୦ବର୍ଷ ପୂରଣ କରିବାରେ ଯେଉଁ ମହାନୁଭବ ଙ୍କ ଭୂମିକା ରହିଛି ସେମାନଙ୍କୁ ପ୍ରଣାମ ଜଣାଇବା ସହ ଆବଶ୍ୟତା ଦୃଷ୍ଟିରୁ ଏହି ବିଦ୍ୟାଳୟରେ ଯୁକ୍ତ୨ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ମୁଖ୍ୟଅତିଥି ବିଭାଗୀୟ ମନ୍ତ୍ରୀ ଶ୍ରୀ ମାରାଣ୍ତିଙ୍କୁ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ସ୍ବାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତିର ସମ୍ପାଦନ ଜ୍ଞାନରରଂଜନ ମିଶ୍ର ବିବରଣୀ ପ୍ରଦାନ ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ର ସମସ୍ତ ପୂର୍ବତନ କର୍ମଚାରୀ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ,ଗ୍ରାମବାସୀ,ଶୁଭେଚ୍ଛୁଙ୍କ ବଳିଷ୍ଠ ଅବଦାନ ଯୋଗୁଁ ଆଜି ଏହି ଅନୁଷ୍ଠାନ ୫୦ ବର୍ଷ ପାଳନ କରିପାରିଛି ବୋଲି କହିଥିଲେ । ବିଦ୍ୟାଳୟ ସ୍ଥାପନରେ ଯେଉଁ ମହାନୁଭବଙ୍କ ପ୍ରଛନ୍ନ ଅବଦାନ ରହିଥିଲା ସେମାନଙ୍କ ମଧ୍ୟରୁ ପରିଚାଳନା ସମିତିର ପୂର୍ବତନ ସଭାପତି ସ୍ବର୍ଗତଃ ବଂଶୀଧର ପ୍ରଧାନ,ସ୍ବର୍ଗତଃ ମନୋରଂଜନ କୁଅଁର ଓ ସମ୍ପାଦକ ସ୍ବର୍ଗତଃ ରବିକାନ୍ତ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ସେମାନଙ୍କ ପରିବାର ସଦସ୍ୟଙ୍କୁ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସମ୍ପାଦକ କରୁଣାକର ମିଶ୍ର,ପୂର୍ବତନ ପ୍ରଧାନଶିକ୍ଷକ ସଂଜୟବସନ୍ତ ଚକ୍ର ଓ ଦିଗାମ୍ବର ଗିରିଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ,ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଶୁଭେଚ୍ଛୁଙ୍କ ଗହଣରେ ସ୍ଥାନୀୟ ସଂକୀନମଣ୍ଡଳୀ ଓ ଇସ୍କନ ଉକ୍ତଙ୍କ ଦ୍ଵାରା ନିକଟସ୍ଥ ସନ୍ଥେଇଭଞ୍ଜ ପାହାଡରୁ ମଶାଲ ଶୋଭାଯାତ୍ରାକୁ ଗ୍ରାମ ପରିକ୍ରମା ସମୟରେ ମହିଳା ମାନଙ୍କ ଦ୍ବାରା ସ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ଅପରାହ୍ନ ୧ଟାରେ ସଭାସ୍ଥଳରେ ସ୍ଥାପନ କରାଯାଇଥିଲା । ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟନ ପୂର୍ବରୁ ଅତିଥଗଣଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ମାରକୀ ସ୍ବରୂପ ସ୍ଥାପିତ ଜାତିରପିତା ମହାତ୍ମା ଗନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ଏବଂ ବିଦ୍ୟାଳୟ ପରିସରରେ ୬୦ଳକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ବିଜ୍ଞାନାଗାର, ପାଠାଗାର ଓ ଅତିରିକ୍ତ ଶ୍ରେଣୀ ଗୃହ ଉନ୍ମୋଚିତ ହୋଇଥିଲା । ଶେଷରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତିର ଉପସଭାପତି ଟଙ୍କଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଓଡିଶାର ସୁପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସାଥୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳବାସୀ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ।

Exit mobile version