Site icon ଆଜିକାଲି

ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା

ପଟ୍ଟାମୁଣ୍ଡାଇ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ଅଗଷ୍ଟ ପହିଲାରୁ ଖୋଲିବ ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । ସୂଚନା ଯେ, ଗତ ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନ ଖଣ୍ଡ ଅଧିକାରୀ ।

Exit mobile version