Site icon ଆଜିକାଲି

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଚିତା ବାଘ ଓ ଜିରାଫ୍

ବାରଙ୍ଗ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୁବାଇରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଚିତା ବାଘ । ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆସିବେ ଚିତାବାଘ । ଫେବୃଆରୀ ମାସ ଶେଷ ସୁଦ୍ଧା ସରିବ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ।

ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ଗୋଟେ ଯୋଡ଼ି ଚିତାବାଘ । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆସନ୍ତା ଜାନୁଆରୀ ଶେଷ ଏବଂ ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ଆସିବା ଯୋଜନା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସେଣ୍ଟ୍ରାଲ ଜୁ ଅଥରିଟି ପକ୍ଷରୁ ଖୁବ୍ ଶୀଘ୍ର ଏହାର କାର୍ଯ୍ୟକାରୀ କରାଯିବ ବୋଲି ମିଳିଛି ସୂଚନା । କେଉଁ ଜନ୍ତୁ ବଦଳରେ ଚିତାବାଘ ଆସିବ ତାହା ହୋଇ ପାରିନାହିଁ ସ୍ପଷ୍ଟ ।

Exit mobile version