Site icon ଆଜିକାଲି

ନୂଆଦିଲ୍ଲୀ ରେ “ଗୁଗୁଲ ସର୍ଚ୍ଚ ସେଣ୍ଟ୍ରାଲ” ସେମିନାର ରେ ଯୋଗ ଦେଲେ କେନ୍ଦୁଝର ପୁଅ ଇଂ. ନିରୋଜ ପହି

କେନ୍ଦୁଝର, ଗୁଗୁଲ ତରଫରୁ ଏକ ସେମିନାର “ଗୁଗୁଲ ସର୍ଚ୍ଚ ସେଣ୍ଟ୍ରାଲ” ନୂଆଦିଲ୍ଲୀ ର ପାଞ୍ଚ ତାରକା ହୋଟେଲ ଲେ ମେରିଡିଆନ ରେ ଅନୁଷ୍ଠିତ ହୋଇଯାଇଛି । ସେଠାରେ ଭାରତ ର ବିଭିନ୍ନ ପ୍ରାନ୍ତ ରୁ ଯୁବ ପ୍ରତିଭା ମାନେ ଯୋଗ ଦେଇଥିଲେ । ଓଡିଶା ରୁ ଜଣେ ମାତ୍ର ଯୁବ ଡିଜିଟାଲ ମାର୍କେଟିଙ୍ଗ ପ୍ରମୁଖ ଭାବରେ ଶ୍ରୀ ନିରୋଜ କୁମାର ପହି ଅଂଶ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଥିଲେ । ଶ୍ରୀ ପହି ଦୀର୍ଘ ୧୦ ବର୍ଷ ହେଲାଣି ଗୁଗୁଲ ର ପ୍ଳାଟଫର୍ମ ରେ କାମ କରୁଛନ୍ତି । ତାଙ୍କର କାର୍ଯ୍ୟ ଦକ୍ଷତା ଏବଂ ଦୃଢ ମନୋବଳ ଦେଖି ଗୁଗୁଲ ଟିମ ତାଙ୍କୁ ପ୍ରୋତ୍ସାହନ ଦେଇଥିଲେ । ଉପରୋକ୍ତ ସେମିନାର ରେ ଗୁଗୁଲ ନିଜର ଆଗାମୀ ପ୍ରଡକ୍ଟ ବିଷୟ ରେ ଏବଂ ଚଳିତ ଏ. ଆଇ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲା । ଆଜିକାଲି ଅନଲାଇନ ରେ ଯୁବପିଢ଼ି ମାନେ କିପରି ରୋଜଗାର କ୍ଷମ ହୋଇ ପାରିବେ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଶ୍ରୀ ପହି କେନ୍ଦୁଝର ସହରରେ ନୋଲେଜ ଟ୍ରୀ ନାମକ ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ରେ ଚେୟାର ମ୍ୟାନ ଅଛନ୍ତି । ସେ କେନ୍ଦୁଝର ରେ ଡିଜିଟାଲ ମାର୍କେଟିଙ୍ଗ ଟ୍ରେନିଂ ସେଣ୍ଟର୍ ଖୋଲି ଯୁବପିଢି ମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

Exit mobile version