Site icon ଆଜିକାଲି

ଚୌଦ୍ୱାର ସର୍କଲ ଜେଲରେ ଗୋପାଳ ଦାସ

ଚୌଦ୍ୱାର : ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁୁ ଚୌଦ୍ୱାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ଅଣାଯାଇଛି। ସ୍ଥାନୀୟ ପୋଲିସ ଉପସ୍ଥିତିରେ ଚୌଦ୍ୱାର ଜେଲରେ ଗୋପାଳ ଦାସକୁ ଛଡ଼ାଯାଇଥିଲା। ଚୌଦ୍ବାର ଜେଲରେ ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜେଲର ଉଚ୍ଚ ସୁରକ୍ଷାସଂପନ୍ନ ୩ ନମ୍ବର ସେଲରେ ରଖା ଯାଇଛି। ସେହି ସେଲରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଗୋପାଳଙ୍କ ଗତିବିଧି ଉପରେ ନଜର ରଖାଯିବ ।

ପୂର୍ବରୁ ଗୋପାଳଙ୍କୁ ଝାରସୁଗୁଡ଼ା ସବ ଜେଲରେ ରଖା ଯାଇଥିବାବେଳେ ସେଠାରେ ତାଙ୍କର ସୁରକ୍ଷା ପ୍ରତି ବିପଦ ଥିବା ଜେଲ ବିଭାଗ ପକ୍ଷରୁ ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟ ରେ ଦର୍ଶାଯାଇ ତାଙ୍କୁ ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରିବା ପାଇଁ ମାଜିଷ୍ଟ୍ରେଟଙ୍କୁ ନିବେଦନ କରାଯାଇଥିଲା ।

Exit mobile version