Site icon ଆଜିକାଲି

ରାଜ୍ୟରେ ସରକାରୀ-ଘରୋଇ ଅଫିସ୍ ଓ ସର୍ବସାଧାରଣ ସ୍ଥାନରେ ରହିବ ସ୍ତନ୍ୟପାନ ରୁମ୍

ଭୁବନେଶ୍ୱର : ଏଣିକି ସରକାରୀ ଓ ଘରୋଇ ଅଫିସ ସମେତ ସର୍ବସାଧାରଣ ସ୍ଥାନରେ ରହିବ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ଆରାମଦାୟକ ରୁମ୍ । ପିଲାଙ୍କୁ ସ୍ତନ୍ୟପାନ କରାଇବା ପାଇଁ ମା’ମାନଙ୍କୁ ଯେଭଳି ଏକାନ୍ତ, ସ୍ୱଚ୍ଛ ଓ ଅନୁକୂଳ ପରିବେଶ ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଅଫିସ୍ ଓ ସର୍ବସାଧାରଣ ସ୍ଥାନରେ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ରୁମ୍ ସ୍ଥାପନ କରିବାକୁ କହିଛନ୍ତି । ଏହାଦ୍ୱାରା ସରକାରୀ ଅଫିସ୍ ଓ ସର୍ବସାଧାରଣ ସ୍ଥାନରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇପାରିବ ତଥା ମା’ମାନଙ୍କୁ ଏଥିପାଇଁ ମଧ୍ୟ ଉପଯୁକ୍ତ ସହଯୋଗ ମିଳିପାରିବ ବୋଲି ସେ କହିଛନ୍ତି । ବିଶେଷକରି ମହିଳା କର୍ମଚାରୀ ଓ ସାଧାରଣ ମହିଳାମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Exit mobile version