କେନ୍ଦୁଝର, କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ରେଡରିବନ କ୍ଲବ ଆନୁକୂଲ୍ୟରେ ଯୁକ୍ତ ଦୁଇ ଓ ତିନି ଶ୍ରେଣୀ ଜାତୀୟ ସେବା ଯୋଜନା ସଂସ୍ଥା ର ସହଯୋଗ କ୍ରମେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି।କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡା.ଲଳିତ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଏହାସହ ଏଡସ୍ ରୋଗର କାରଣ ଓ ଏହାର ନିରାକରଣ ସଂମ୍ପର୍କରେ ଆଲୋକପାତ କରିଥିଲେ।ରେଡ ରିବନ କ୍ଲବ କାର୍ଯ୍ୟକାରୀ ଅଧିକାରୀ ଡା.ମୋନାଲିସା ଦାସ,ଶ୍ରୀମତୀ ସୁମିତା ହାଁସଦା ଯୁକ୍ତତିନି ସେବା ଯୋଜନା କାର୍ଯ୍ୟକାରୀ ଅଧିକାରୀ ଡା. ନିବେଦିତା ଦାସ ପ୍ରମୁଖ ଙ୍କ ନେତୃତ୍ବରେ ଏକ ସଚେତନତା ମୂଳକ ଶୋଭାଯାତ୍ରା ମଣ୍ତୁଆ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏଥିରେ ମହାବିଦ୍ୟାଳୟର ଯୁକ୍ତଦୁଇ ଏବଂ ତିନି ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ପ୍ରମୁଖ ସାମିଲ ହୋଇ ପ୍ଲୋ-କାର୍ଡ ଓ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣ ଙ୍କୁ ଏଡସ୍ ରୋଗର କାରଣ ଓ ନିରାକରଣ ସମ୍ପର୍କିତ ସଚେତନବାର୍ତ୍ତା ପ୍ରଦାନ କରିଥିଲେ।
December 4, 2024
0 Comment
29 Views
ମହିଳା ମହାବିଦ୍ୟାଳୟରେ ଏଡସ୍ ଦିବସ
କେନ୍ଦୁଝର, କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ରେଡରିବନ କ୍ଲବ ଆନୁକୂଲ୍ୟରେ ଯୁକ୍ତ ଦୁଇ ଓ ତିନି ଶ୍ରେଣୀ ଜାତୀୟ ସେବା ଯୋଜନା ସଂସ୍ଥା ର ସହଯୋଗ କ୍ରମେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି।କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡା.ଲଳିତ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଏହାସହ ଏଡସ୍ ରୋଗର କାରଣ ଓ ଏହାର ନିରାକରଣ ସଂମ୍ପର୍କରେ ଆଲୋକପାତ କରିଥିଲେ।ରେଡ ରିବନ କ୍ଲବ କାର୍ଯ୍ୟକାରୀ ଅଧିକାରୀ ଡା.ମୋନାଲିସା ଦାସ,ଶ୍ରୀମତୀ ସୁମିତା ହାଁସଦା ଯୁକ୍ତତିନି... Read More