Site icon ଆଜିକାଲି

ରଥଯାତ୍ରା ପାଇଁ ପୁରୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ପାଇଁ ପୁରୀରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ । ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡକୁ ଆସି ରଥକୁ ନମସ୍କାର କରିବା ସହ ରଥ ଦଉଡ଼ି ସ୍ପର୍ଶ କରିଥିଲେ । ରାଜ୍ୟପାଳ ମଧ୍ୟ ବଡ଼ଦାଣ୍ଡକୁ ଆସି ରଥ ନମସ୍କାର କରିବା ସହ ରଥ ଦଉଡ଼ି ସ୍ପର୍ଶ କରିଥିଲେ । ରଥଯାତ୍ରା ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ମଧ୍ୟ ପୁରୀରେ ଉପସ୍ଥିତ ଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଥଯାତ୍ରା ପାଇଁ ପୁରୀ ଯାଇଥିଲେ।

Exit mobile version