Site icon ଆଜିକାଲି

୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ବର : ଆଜି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସାମାରୋହରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । 

ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ସକାଳ ୮ଟା ୨୮ରେ ପହଞ୍ଚିବା ପରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ୮ଟା ୩୦ ମିନିଟରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟ ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ, ଏସ୍ଏସ୍ ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ଦଳ ଓ ପୁଲିସ୍ ବ୍ୟାଣ୍ଡ ପ୍ରଭୃତି ଦଳଙ୍କ ମିଳିତ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଥିଲେ। କେସିଙ୍ଗାର ଏସଡିପିଓ ୟଶ ପ୍ରତାପ ଶ୍ରୀମାଲ ଏଥରର ପରେଡର ନେତୃତ୍ୱ ନେଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଛି। ସୈନିକ ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପରେଡରେ ସାମିଲ ହୋଇଛନ୍ତି। ଭାରତ ସ୍କାଉଟ୍ ଆଣ୍ଡ ଗାଇଡର ଦୁଇଟି ପ୍ଲାଟୁନ୍ ବି ଏଥିରେ ପରେଡ ପ୍ରଦର୍ଶନ କରିଛନ୍ତି। ବାଇକରେ ଡେୟାରଡେଭିଲର ଦୁଃସାହସିକ କଳା ପ୍ରଦର୍ଶନ ଏହି କାର୍ଯ୍ୟକ୍ରମର ଥିଲା ମୁଖ୍ୟ ଆକର୍ଷଣ। ଓଡ଼ିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମି ପକ୍ଷରୁ ସ୍କେଟିଂ ପ୍ରଦର୍ଶନ କରାଯାଇଛି। ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ପ୍ରଦର୍ଶିତ ହୋଇଛି।

Exit mobile version