Site icon ଆଜିକାଲି

୨୦ ଜଣଙ୍କୁ ମିଳିବ ରାଜ୍ୟପାଳଙ୍କ ପୋଲିସ ପଦକ

ଭୁବନେଶ୍ବର – ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ । ଦୁଇ ଜଣ ଆଇଜିଙ୍କ ସମେତ ୨୦ ଜଣଙ୍କୁ ରାଜ୍ୟପାଳଙ୍କ ପଦକ ପାଇଁ ଚୟନ କରାଯାଇଛି । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ ।

ସେହିଭଳି କ୍ୟାଟୋଗରୀ- ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ରାଜ୍ୟପାଳଙ୍କ ପଦକ । କ୍ୟାଟୋଗରୀ- ୩ରେ ବରିଷ୍ଠ ଓପିଏସ ତଥା ବିପିଏସପିଏର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, ଏସିପି ମାନସ ଗଡ଼ନାୟକ, କ୍ୟାଟୋଗରୀ- ୪ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲ ଆନନ୍ଦ, ଗଞ୍ଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ , ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ହେମାମାଳିନୀ ନାୟକ ପାଇବେ ପଦକ ।

କ୍ୟାଟୋଗରୀ- ୫ରେ ରାଉରକେଲା ଏସଆଇ ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଞ୍ଜୟ ପଟ୍ଟନାୟକ, କ୍ୟାଟୋଗରୀ- ୬ରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ୱାଳ ପାଇବେ ସମ୍ମାନଜନକ ପଦକ । କ୍ୟାଟୋଗରୀ ୭ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀ, ଓଏସଏପି ସିପାହୀ ବିଶ୍ୱକର୍ମା ମୁଣ୍ଡା ଓ ସିପାହୀ କେଦାରନାଥ ମିଶ୍ର ରାଜ୍ୟପାଳ ପୋଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।

Exit mobile version