Site icon ଆଜିକାଲି

ସ୍ବର୍ଗତ ରଶ୍ମିତା ବେହେରାଙ୍କ ସ୍ମୃତିରେ ଗ୍ରାମୀଣ ସାରସ୍ଵତ ସମାବେଶ ଅନୁଷ୍ଠିତ, ବାଲେଶ୍ଵର

ବାଲେଶ୍ଵରର ଅନ୍ୟତମ କବି ରମେଶ ଚନ୍ଦ୍ର ବେହେରାଙ୍କ ଭଉଣୀ ସ୍ୱର୍ଗତ ରଶ୍ମିତା ବେହେରାଙ୍କ ସ୍ମୃତିରେ ରବିବାର ଦିନ ଗ୍ରାମୀଣ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସହର ଉପକଣ୍ଠ ଇଶାଣୀରେ ସାରସ୍ୱତ ସମାବେଶ ଆୟୋଜିତ ହୋଇଥିଲା । ଦୈନିକ ସମ୍ବାଦ ପତ୍ର ‘ଆଜିକାଲି’ର ପରିଚାଳନା ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଓଡ଼ିଆଭାଷାର ତ୍ରାଣକର୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ମାଟିରେ ଏହିଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହି ଭଳି ଗ୍ରାମୀଣ ସାରସ୍ୱତ ସମାରୋହ ମାଧ୍ୟମରେ ଆମ ଜିଲ୍ଲାର କବି, ଲେଖକ ଓ ସାହିତି୍ୟକ ମାନଙ୍କର ପ୍ରତିଭା ବିକଶିତ ହୋଇ ପାରିବ । ଖାଲି ଏତିକି ନୁହେଁ ସମାଜ ପରିବର୍ତନରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ମଧ୍ୟ ରହିଛି ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଦୈନିକ ଖବର କାଗଜର ‘ସମାଜ’ ଉତର ଓଡ଼ିଶା ବ୍ୟୁରୋ କୁଳମଣି ବାରିକ୍, କବି ପିତାମ୍ବର ଦାସ, ବିକର୍ତନ ନାୟକ, ଭାଗବତ ସାହୁ, ମଧୁସୁଦନ ମିଶ୍ର, ସର୍ବେଶ୍ୱର ଦାସ, ସତ୍ୟଭାମା ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାରସ୍ୱତ ସାଧକ ମାନେ ନିଃସ୍ୱାର୍ଥପର ଓ ସମାଜକୁ ଦିଗଦର୍ଶନ ଦେବା ଭଳି କବିତା ଲେଖିବାକୁ ଆହ୍ୱାନ ଦେଇଥିଲେ । କବି ଶ୍ରୀ ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ କବି ଓ ଲେଖ ଏଥିରେ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ ।

Exit mobile version