Site icon ଆଜିକାଲି

ଆଜି ଓଡ଼ିଶା ଦିବସ : ଓଡ଼ିଆ ସ୍ୱାଭିମାନର ବରପୁତ୍ରମାନଙ୍କୁ ସ୍ମରଣ କରୁଛି କୃତଜ୍ଞ ରାଜ୍ୟ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ଉତ୍କଳ ଦିବସ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଆଜିର ଦିନରେ ପ୍ରଥମ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ଆତ୍ମପ୍ରକାଶ କରିଥିଲା ଓଡ଼ିଶା । ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ପ୍ରାତଃ ସ୍ମରଣୀୟ ମହାପୁରୁଷ ମାନଙ୍କ ଅବଦାନ କିଏ ବା ଭୁଲିପାରିବ ? ଓଡ଼ିଶା ଗଠନ ପଛରେ ଥିବା ବରପୁତ୍ରମାନେ ଚିର ନମସ୍ୟ। ସେମାନଙ୍କ ପାଖରେ ଚିର କୃତଜ୍ଞ ଓଡ଼ିଆ ଜାତି, ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଂଘର୍ଷ ଯୋଗୁଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଜି ସୁରକ୍ଷିତ ଓ ସମୃଦ୍ଧ ।

ଆଜି ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version