Site icon ଆଜିକାଲି

ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ବିଶେଷ ଭାବେ ବିଶ୍ବକର୍ମା ନିର୍ମାଣ ଦେବତା ହୋଇଥିବାରୁ ଶିଳ୍ପ ଅନୁଷ୍ଠାନରେ ଏହି ପୂଜା ବେଶ ଧୂମଧାମରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଭୁ ବିଶ୍ଵକର୍ମାଙ୍କ କୃପାରୁ ନୂଆ ସର୍ଜନା ପ୍ରତିଟି ଜୀବନକୁ ଆଲୋକିତ କରୁ ବୋଲି ଶୁଭ ମନାସିଛନ୍ତି ମୁଖ୍ୟମନ୍ତ୍ରୀ । ଦେବଶିଳ୍ପୀଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version