Site icon ଆଜିକାଲି

ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଗୋଷ୍ଠୀଭିତ୍ତିକ ଏବଂ ସ୍ଵତନ୍ତ୍ର ସମନ୍ଧିତ କୃଷି ପ୍ରୋତ୍ସାହନ କାର୍ଯ୍ୟକ୍ରମ


ଭୁବନେଶ୍ଵର – ରାଜ୍ୟର କୃଷକମାନଙ୍କ ଆୟଦବୃଦ୍ଧି ନିମନ୍ତେ ସମନ୍ଵିତ କୃଷି ଏବଂ ଫସଲର ବିବିଧକରଣ ଏକ ଫଳପ୍ରଦ ପଦକ୍ଷେପ ଏବଂ ଏହା ଉପରେ ରାଜ୍ୟ ସରକାର ସର୍ବାଧ୍‌କ ଗୁରୁତ୍ଵ ପ୍ରଦାନ କରୁଛନ୍ତି । କୃଷି ସହିତ ଆନୁଷଙ୍ଗିକ କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ ଚାଷୀଙ୍କୁ ବର୍ଷସାରା ରୋଜଗାର ଯୋଗାଇବା ସହିତ ଆୟବୃଦ୍ଧିରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଥାଏ । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମଧ୍ଯରେ ଉପଯୁକ୍ତ ସମନ୍ଵୟ ରକ୍ଷା କରି ଯୋଜନାଗୁଡ଼ିକ ଏକତ୍ର କାର୍ଯ୍ୟକାରୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି । କୃଷି ଭବନଠାରେ ଆୟୋଜିତ ଏକ ଭଚ୍ଚସ୍ତରୀୟ ବୈଠକରେ ବିଭାଗୀୟ ମନ୍ତ୍ରୀ ସମନ୍ଵିତ କୃଷି, ଫସଲର ବିବିଧକରଣ ଏବଂ ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ସମନ୍ଵିତ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଦିଗରେ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ସମନ୍ଵିତ କୃଷି କ୍ଷେତ୍ରରେ ହିତାଧିକାରୀ ଚାଷୀଙ୍କ ଚୟନ ପ୍ରକ୍ରିୟାକୁ ତ୍ଵରିତ ବେଗରେ କରିବା ପାଇଁ କହିଥିଲେ । ରାଜ୍ୟର ୯ଟି ଜନଜାତି ଅଧ୍ୟୁଷିତ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜନ କୋରାପୁଟ, ରାୟଗଡ଼ା ଗଜପତି, ନୂଆପଡ଼ା ଏବଂ ମୟୂରଭଞ୍ଜର ୩୦୦ଟି ଗ୍ରାମ ପଞ୍ଚାୟତରେ ଗୋଷ୍ଠୀଭିଭିକ ଏବଂ ସ୍ଵତନ୍ତ୍ର ସମନ୍ଵିତ କୃଷି ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏଥୁରେ ୩୦୦ଟି ଗ୍ରାମପଞ୍ଚାୟତର ପ୍ରାୟ ୭୫ ହଜାର ହେକ୍ଟର ଚାଷ ଜମିରେ ଏହି ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି । ପ୍ରତି ଗ୍ରାମପଞ୍ଚାୟତର ଅନ୍ତତଃ ପକ୍ଷେ ୬୦୦ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ସମୁଦାୟ ୧ ଲକ୍ଷ ୮୦ ହଜାର କୃଷକ ପରିବାର ଉପକୃତ ହେବେ ।

ଏଥି ସହିତ ୨୦୨୩ – ୨୪ ଆର୍ଥିକ ବର୍ଷରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟକ୍ତିଗତ ଯୋଜନାରେ ୪୨୩୮ଟି ସମନ୍ବିତ କୃଷି ଯୋଜନାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଜଳବାୟୁ ପରିବର୍ତ୍ତନ ଓ ବୃଷ୍ଟିପାତର ଅନିୟମିତତାକୁ ଦୃଷ୍ଟିରେ ରଖି ୨୦୨୩-୨୪ ଆର୍ଥୁକ ବର୍ଷରେ ରାଜ୍ୟର ୨୨ଟି ଜିଲ୍ଲାର ଏକ ଲକ୍ଷ ୪୨ ହଜାର ହେକ୍ଟର ଜମିରେ ଅଣଧାନ ଡାଲି, ଚିନାବାଦାମ, ମକା, ରାଶି, ମାଣ୍ଡିଆ, କପା ଓ ବିଭିନ ପ୍ରକାରର ଫଳ ଓ ପନିପରିବା ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ବୈଠକରେ ଗତ ତିନିବର୍ଷ ମଧ୍ଯର ବିଭିନ୍ନ ଯୋଜନାରେ ଧାନ ଫସଲରୁ ଅଣଧାନ ଫସଲ ଯଥା: ଡାଲି, ତୈଳବୀଜ, ମାଣ୍ଡିଆ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷ କରାଯାଇଥ୍ବା ଜମିର ପରିମାଣର ଏକ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥୁଲେ । ଫସଲର ବିବିଧକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ବଦଳରେ ଜଳବାୟୁ ସହନଶୀଳ ମାଣ୍ଡିଆ ତଥା ଅନ୍ୟ ଅଣଧାନ ଫସଲ ଚାଷ ନିମନ୍ତେ ଆର୍ଥୁକ ସହାୟତା ଯୋଗାଇ ଦିଆଯାଇଛି । ଯେଉଁ ଚାଷୀମାନଙ୍କର ସହାୟତା ଅବଧି ଶେଷ ହୋଇଯାଇଛି ସେମାନେ ଯେପରି ଦୀର୍ଘକାଳୀନ ଭିଭିରେ ଅଣଧାନ ଚାଷକୁ ପୋଷଣୀୟ ଢଙ୍ଗରେ କରିପାରିବେ ସେ ଦିଗରେ ବିଭାଗ ପକ୍ଷରୁ ତଦାରଖ ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସମନ୍ଵିତ କୃଷି କ୍ଷେତ୍ରରେ ଉଦ୍ୟାନ କୃଷି, ମାଛଚାଷ ଓ ପ୍ରାଣୀପାଳନକୁ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରିବା ପାଇଁ ମନ୍ତ୍ରୀ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଭାଗ ପକ୍ଷରୁ ସମନ୍ଵିତ କୃଷି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ କ୍ଷେତ୍ରୀୟ ସ୍ତରରେ ଯୋଜନା ରୂପାୟନରେ କୌଣସି ପ୍ରକାରର ଅନିୟମିତତା ଓ ଅବହେଳା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନକୃଷି ନିର୍ଦ୍ଦେଶକ ଳ ରୋହିତ କୁମାର ଲେଙ୍କା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡକ୍ଟର ୟେଦୁଲ୍ଲା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ସମସ୍ତ ଜିଲ୍ଲାର ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଯୋଗଦେଇଥିଲେ ।

Exit mobile version