Site icon ଆଜିକାଲି

ରାସ୍ତା ତିଆରିକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୪ ଆହତ

ଆନନ୍ଦପୁର : କେକନ୍ଦୁଝର ଆନନ୍ଦପୁର ଉପଖଣ୍ଡ କଣ୍ଟାବଣିଆ ଗାଁରେ ଖେଳ ପଡ଼ିଆ ପାଖରେ ରାସ୍ତା ତିଆରିକୁ ନେଇ ବହୁ ଦିନ ଧରି ବିବାଦ ଲାଗି ରହିଥିଲା। ମଙ୍ଗଳବାର ଏହା ଉଗ୍ରରୂପ ନେବାରୁ ଦୁଇ ଗାଁ ମଧ୍ୟରେ ସଙ୍ଘର୍ଷ ସହିତ ଢେଲା ପଥର ମାଡ ହୋଇଛି । ଏଥିରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ପାଇଁ ଘଟଣାସ୍ଥଳରେ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନା ଯେ, କଣ୍ଟାବଣିଆ ଗାଁ ପାଖରେ ଥିବା ଖେଳ ପଡ଼ିଆ ପାଖ ଦେଇ କୃଷ୍ଣପୁର ଗାଁକୁ ଏକ ରାସ୍ତା ତିଆରି ହେଉଥିଲା। ଏହାକୁ ବିରୋଧ କରି କଣ୍ଟାବଣିଆ ଗାଁ ଲୋକମାନେ ଏକାଠି ହୋଇ ନିର୍ମାଣାଧୀନ ରାସ୍ତାକୁ ବନ୍ଦ କରିଥିଲେ। ଘଟଣାକ୍ରମରେ, ମଙ୍ଗଳବାର ସକାଳୁ ଉଭୟ ଗାଁ ମଧ୍ୟରେ ଢେଲା ପଥର ମାଡ଼ ସହ ସଂଘର୍ଷ ହୋଇଥିଲା। ଏଥିପାଇଁ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇ ଆନନ୍ଦପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ରାସ୍ତା ପାଇଁ ଅନେକ ଦିନ ହେଲା ଦୁଇଟି ଗାଁ ମଧ୍ୟରେ ବିବାଦ ଲାଗିକହିଥିଲା। କିନ୍ତୁ ଏସମ୍ପର୍କରେ ଥାନାଧିକାରୀ ମୁଁହ ଖୋଲି ନାହାନ୍ତି। ପ୍ରଶାସନ ତୁରନ୍ତ ଘଟଣାକୁ ଧ୍ୟାନ ଦେଇ କୌଣସି ସମାଧାନ ନକଲେ ଆଗକୁ ଏହି ସଂଘର୍ଷ ଉଗ୍ରରୂପ ନେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Exit mobile version