Site icon ଆଜିକାଲି

ଜିଆର୍‌ଏସ୍‌ଙ୍କ ବଦଳି ନିର୍ଦ୍ଦେଶ ଆଇନ ଉଲ୍ଲଂଘନ କରୁନାହିଁ : ହାଇକୋର୍ଟ

କଟକ : ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କ ବଦଳି ସମ୍ପର୍କିତ ନିୟମାବଳୀ ଓ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ଦାୟର ହୋଇଥିବା ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏଥିସହିତ କେତେକ ଜିଆର୍‌ଏସ୍‌ଙ୍କ ବଦଳି ପ୍ରସଙ୍ଗରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶକୁ ବି ଉଠାଇ ଦେଇଛନ୍ତି। ସେହିପରି ଏନେଇ କଇଛନ୍ତି ଯେ, ଜିଆର୍‌ଏସ୍‌ଙ୍କ ବଦଳି ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇପାରିବେ। ଜିଆର୍‌ଏସ୍‌ଙ୍କୁ ଜିଲା ଭିତରେ ଗୋଟିଏ ଗ୍ରାମପଞ୍ଚାୟତରୁ ଅନ୍ୟ ଗ୍ରାମପଞ୍ଚାୟତକୁ ବଦଳି ପାଇଁ ଜିଲାପାଳଙ୍କର କ୍ଷମତା ରହିଛି। ଜିଲାପାଳ ଜାରି କରିଥିବା ଜିଆର୍‌ଏସ୍‌ଙ୍କ ବଦଳି ନିର୍ଦ୍ଦେଶ ଆଇନ ଉଲ୍ଲଂଘନ କରୁନାହିଁ। ମୁଖ୍ୟ ବିଚାରପତି ଡ. ଜ‌ଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।

Exit mobile version