Site icon ଆଜିକାଲି

ୱାଟକୋର ପରିଚାଳନା ନିର୍ଦ୍ଦେଶକ ହେଲେ ଗୁରୁଚରଣ ଦାସ

ଭୁବନେଶ୍ୱର : ଓଡ଼ିଶା ଜଳ ନିଗମ(ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଇଞ୍ଜିନିୟର ଗୁରୁଚରଣ ଦାସଙ୍କୁ ନିଯୁକ୍ତି ମିଳିଛି । ସେ ଏବେ ୱାଟକୋରେ ଭୁବନେଶ୍ୱର ଡିଭିଜନ-୨ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

ସରକାରୀ ଚାକିରିରୁ ଅବସର ପରେ ମଧ୍ୟ ୱାଟକୋ ସିଇଓ ଭାବେ କାର୍ଯ୍ୟ ଜାରି ରଖିଥିବା ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବୃଦ୍ଧି ନକରିବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ଏବେ ୱାଟକୋ ଡିଭିଜନ-୨ର ଜେନେରାଲ ମ୍ୟାନେଜର ଗୁରୁଚରଣ ଦାସଙ୍କୁ ୱାଟକୋ ପରିଚାଳନା ନିର୍ଦ୍ଦେଶକ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ଦିଆଯାଇଛି ।

Exit mobile version