Site icon ଆଜିକାଲି

ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା: ତିନି ମୃତ, ଦୁଇ ଗୁରୁତର

କୋଇଡା : ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା। ଦୁର୍ଘଟଣାରେ ତିନି ମୃତ, ଦୁଇ ଗୁରୁତର। କୋଇଡା ଥାନା ରେଙ୍ଗାଲବେଢା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାହାଘର ଭୋଜିରୁ ଫେରୁଥିବାବେଳେ ହାଇୱାରେ ପିଟିହେଲା ସ୍କୋର୍ପିଓ । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମୃତାହତ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଜଣେ ଯୁବତୀ ରହିଥିବା ସୂଚନା ମିଳିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯାୟୀ, ଗତକାଲି ସନ୍ଧ୍ୟାରେ ପୂର୍ବତନ କୋଇଡା ସରପଞ୍ଚ ସନ୍ଧ୍ୟା ରାଣୀ ନାଏକ ଓ ତାଙ୍କ ପରିବାର ଏକ ବିବାହ ବାହାଘର ପାଇଁ କେନ୍ଦୁଝର ସରାସକୁ ଯାଇ ବିଳମ୍ବ ରାତ୍ରିରେ ଫେରୁଥିଲେ ହେଲେ କୋଇଡାରୁ ପାଞ୍ଚ କିଲୋମିଟର ପୂର୍ବରୁ ରେଙ୍ଗାଲବେଡା ଜାତୀୟ ରାଜପଥ ଠାରେ ସ୍କର୍ପିଓ ଏକ ହାଇୱା ପଛ ପଟେ ଜୋର୍ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇ ଶିଶୁ ଭାଇ ଓ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ ଶିଶୁଙ୍କ ମାଆ ଶାନ୍ତିଲତା ଓ ପୁର୍ବତନ ସରପଞ୍ଚ ସନ୍ଧ୍ୟା ରାଣୀ ନାଏକ ଗୁରୁତର ଅବସ୍ଥାରେ କୋଇଡା ମେଡିକାଲରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।

Exit mobile version