Site icon ଆଜିକାଲି

କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମଠାରେ ଶେଷ ହେଲା ୨୮ ତମ ଜୁନିୟର ବାଳିକା ହ୍ୟାଣ୍ଡବଲ ଚମ୍ପିଆନସିପ । ଗଞ୍ଜାମ ଚମ୍ପିଆନ , କେନ୍ଦୁଝର ରନରସ ଅପ ।

କେନ୍ଦୁଝର, ଜିଲ୍ଲା ହ୍ୟାଣ୍ଡବଲ ସଂଘ ଆନୁକୁଲ୍ୟରେ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମଠାରେ ୨୮ ତମ ଜୁନିୟର ବାଳିକା ଚମ୍ପିଆନସିପ ଗତକାଲି ଠାରୁ ଆରମ୍ଭ ଆଜି ସମାପ୍ତ ହୋଇଛି । ଯାହା ୨ ଦିନ ଧରି ଚାଲିଥିଲା । ଏଥିରେ ରାଜ୍ୟର ୧୩ଟି ଜିଲ୍ଲା ଭାଗ ନେଇଥିଲେ । ଏହି ୧୩ ଟି ଟିମ ସବୁକୁ ୪ଟି ଗ୍ରୃଫରେ ଭାଗ କରି ଲିଗ ମ୍ୟାଚ କରାଯାଇଥିଲା। ପ୍ରତ୍ୟେକ ଗୃଫରୁ କେନ୍ଦୁଝର ‘ ଗଞ୍ଜାମ , ଯାଜପୁର ଓ ଜଗତସିଂପୁର ଗୋଟିଏ ଲେଖାଏ ଟିମ ସେମିଫାଇନାଲ ଆସିଥିଲେ । ଏଥିମଧ୍ୟରୁ କେନ୍ଦୁଝର ଜଗତସିଂପୁର ପ୍ରଥମ ସେମିଫାଇନାଲ ଓ ଗଞ୍ଜାମ ଯାଜପୁର ମଧ୍ୟରେ ଦ୍ଵୀତୀୟ ସେମିଫାଇନା ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦୁଝର ଜଗତସିଂପୁର କୁ ୧୧ – ୭ ଗୋଲ ରେ ଓ ଗଞ୍ଜାମ ଯାଜପୁର କୁ ୧୭ – ୪ ଗୋଲ ରେ ପରାସ୍ତ କରି ଫାଇନାଲକୁ ଭତିନ୍ନ ହୋଇଥିଲେ । ଫାଇନାଲରେ ଗଞ୍ଜାମ କେନ୍ଦୁଝରକୁ ୯-୬ ଗୋଲ ରେ ହରାଇ ଚମ୍ପିଆନ ହୋଇଛି । ଆଜିର ଏହି ଉଦଯାପନି ସମାରୋହରେ କେନ୍ଦୁଝରଗଡ଼ ମ୍ୟୁନିସିପାଲଟିର ନିର୍ବାହି ଅଧିିକାରୀ ମଧୁମ୍ମାତା ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ସ୍ପୋଷ୍ଟସ ସାଇନସ ଇଣ୍ଡିଆ ର ଫାଉଣ୍ଡର ଶାଶ୍ଵତ ପଟ୍ଟନାୟକ, ରାଜ୍ୟ ହ୍ୟାଣ୍ଡବଲ ସଂଘର ସମ୍ପାଦକ ମାନସ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି।

Exit mobile version