Site icon ଆଜିକାଲି

ଜର୍ଜଗଡ଼ ହତ୍ୟାକାଣ୍ଡରେ ସନ୍ଦେହ କରାଯାଉଥିବା ଯୁବକର ଝୁଲନ୍ତା ଶବ ଉଦ୍ଧାର

ବରଗଡ଼ : ବରଗଡ଼ ଜିଲା ପାଇଲମାଲ ଥାନା ଜର୍ଜଗଡ଼ ଗାଁ ନିକଟରେ ଜଣେ ଯୁବତୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ଯୁବକ ଇନ୍ଦ୍ରମଣି ଧାରୁଆର ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି ।

ସେ ଜର୍ଜଗଡ଼ର ନମିତା ସତନାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ଘଟଣା ପରେ ସେ ଫେରାର ଥିଲା । ହେଲେ ଆଜି ତାର ଗ୍ରାମ ନିଲାଥର ଗାଁ ମୁଣ୍ଡରେ ଥିବା ଏକ ମହୁଲ ଗଛରେ ତାର ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଖବର ପାଇ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ପୁଲିସ ଟିମ ସହିତ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆତ୍ମହତ୍ୟା କରିଥିବା ଇନ୍ଦ୍ରମଣିକୁ ଗତକାଲି ଠାରୁ ପୁଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଭାଇ ପିତାମ୍ବର ଧରୁଆ ଚିହ୍ନଟ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।

Exit mobile version