Site icon ଆଜିକାଲି

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର, (ନିପ୍ର) ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ରିଙ୍ଗରୋଡ ପାର୍ଶ୍ୱ ହାଣ୍ଡିଆ ହାଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ମୃତକଙ୍କ ପକେଟ୍‌ରୁ ମିଳିଥିବା ଏଟିଏମ ଓ ପାନ୍‌ କାର୍ଡ଼ରୁ ତାଙ୍କର ପରିଚୟ ମିଳିଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି। ଯୁବକ ଜଣକ ଆନନ୍ଦପୁର ଥାନା ପଣଷଡିହା ପଞ୍ଚାୟତର ପଣଷଗଡିଆ ଗ୍ରାମର ବିଜୁ ବର୍ଜ୍ଜ (୨୩) ବୋଲି ଜଣାପଡିଛି। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିିବା ପରେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବିଜୁ ରାଜ୍ୟ ବାହାରେ କାମକରି ଘରକୁ ଫେରୁଥିଲେ। ଘରେ ନ ପହଞ୍ଚିି ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହେଉ ନ ଥିବାବେଳେ ପୁଲିସ ୧୬/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Exit mobile version