Site icon ଆଜିକାଲି

ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ । ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କଲେ ପୋଲିସ୍ ଡିଜି । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍‌ । ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଆଇଆଇସି । ବାଲି ବୋଝେଇ ଟ୍ରକ ଛାଡ଼ିବାକୁ ଗାଡ଼ି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ। ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି କାର୍ଯ୍ୟାଳୟରେ ରହିବେ ଆଇଆଇସି ।

Exit mobile version