Site icon ଆଜିକାଲି

ବସ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା : କାରରେ ଥିବା ୨ ଯୁବକ ମୃତ, ୨ ମହିଳା ଆହତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ବିଳମ୍ବିତ ରାତିରେ ଏକ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଯୁବକ ପ୍ରାଣ ହରାଇଛନ୍ତି । କେସିଙ୍ଗା ଥାନା ଚାଞ୍ଚେର ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ କାର୍‌ରେ ଥିବା ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

‘ଦିଲଖୁସ୍‌’ ନାମକ ଘରୋଇ ବସ୍‌ ଭୁବନେଶ୍ୱରରୁ କଳାହାଣ୍ଡି ଅଭିମୁଖେ ଯାଉଥିଲା। ବସ୍‌ଟି ରାତିରେ କେସିଙ୍ଗା ଥାନା ଚାଂଚେର ନିକଟରେ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Exit mobile version