Site icon ଆଜିକାଲି

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ୩ ମୃତ, ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ରୁଟିଶିଳା ଗାଁ ନିକଟରେ ସଡ଼କ ଦୁର୍ଘଟଣା । ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଶନିବାର ସକାଳେଏକ ବାଇକରେ ୩ ଜଣ ବ୍ୟକ୍ତି ଦେଓଗଞ୍ଜରୁ ଚାନ୍ଦପୋଷି ଯାଉଥିବା ବେଳେ ବୀପରିତ ଦିଗରୁ ଜଣେ ବାଇକ୍ ଆରୋହୀଙ୍କ ସହ ରୁଟିଶିଳା ଗାଁ ନିକଟରେ ଟର୍ଣ୍ଣି ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ବାଇକ୍ ଆରୋହୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Exit mobile version