Site icon ଆଜିକାଲି

ସ୍କ୍ରବ ଟାଇଫସ ସଂକ୍ରମଣ ନେଇ ସତର୍କ ରହିବାକୁ ଡାକ୍ତରମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଏବେ ଚିଗର ପୋକରୁ ସ୍କ୍ରବ୍ ଟାଇଫସ ସଂକ୍ରମଣ ବ୍ୟାପିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଡାକ୍ତରମାନଙ୍କୁ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାଲେରିଆ କିମ୍ବା ଅନ୍ୟ ରୋଗ ଜଣା ନପଡିଲେ ତୁରନ୍ତ ଟେଷ୍ଟ କରିନେବା ଉଚିତ । ଠିକ୍ ସମୟରେ ଟେଷ୍ଟ କରି ଆଣ୍ଟିବାୟୋଟିକ ନେଲେ ନିରାକରଣ ହୋଇପାରିବ। ସ୍କ୍ରବ୍ ଟାଇଫସ୍ ସର୍ଭେଲାନ୍ସ ଭିତରେ ରହିଛି । ଗତବର୍ଷ ୧୦ ହଜାର, ଏବର୍ଷ ଜୁଲାଇ ସୁଦ୍ଧା ୮ ହଜାର ଟେଷ୍ଟିଂ ହୋଇଛି। ରାଜ୍ୟର ସବୁ ଜିଲ୍ଲାରୁ ମାମଲା ଆସୁଥିଲେ ମଧ୍ୟ ବଲାଙ୍ଗିର ଓ ବରଗଡ଼ରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ପ୍ରତି ଜିଲ୍ଲାରେ ଟେଷ୍ଟ ହେଉଛି । ଚିଗର ପୋକ କାମୁଡ଼ିଲେ ଏହି ରୋଗ ହୁଏ। ୧୦ ଦିନରେ ଜ୍ୱର ଭଲ ନହୋଇ ଜଟିଳ ହେଲେ ମୃତ୍ୟୁ ଆଶଙ୍କା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Exit mobile version