Site icon ଆଜିକାଲି

ସରକାରୀ ହସ୍ପିଟାଲରେ ସକ୍ରିୟ ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର :ସରକାରୀ ହସ୍ପିଟାଲଗୁଡ଼ିକରେ ସକ୍ରିୟ ଦଲାଲମାନେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଚିକିତ୍ସା ନିମନ୍ତେ ପ୍ରବର୍ତ୍ତାଇଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଯଦି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଏହି ଦଲାଲମାନଙ୍କ ସହ ମିଶିଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଦଲାଲଙ୍କୁ ଚିହ୍ନଟ କରି ସ୍ଥାନୀୟ ଥାନାରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ସଚିବ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସମେତ ଜିଲ୍ଲାପାଳ, ଏସପି , ଡିସିପି ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି । ସରକାରୀ ହସ୍ପିଟାଲ ଓ ମେଡିକାଲଗୁଡ଼ିକରେ ଦଲାଲମାନେ ସକ୍ରିୟ ହୋଇ ରୋଗୀଙ୍କୁ ଚିକିତ୍ସା ନାଁରେ ବିଭ୍ରାନ୍ତ କରୁଥିବାର ଖବର ସରକାରଙ୍କ ନଜରକୁ ଆସିଥିବା ସେ କହିଛନ୍ତି ।

Exit mobile version