Site icon ଆଜିକାଲି

ରୁବେଲା ଭାଇରସ ନେଇ ସତର୍କ ରହିବାକୁ ଗର୍ଭବତୀମାନଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର – ରାଜ୍ୟର କିଛି ସ୍ଥାନରେ ବ୍ୟାପିଥିବା ରୁବେଲା ଭାଇରସ ଚିନ୍ତାର କାରଣ ହୋଇଥିବା ବେଳେ ଏଥିପ୍ରତି ସତର୍କ ରହିବାକୁ ଗର୍ଭବତୀମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ଏହି ଭାଇରସରେ ପୀଡିତ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ଏହାକୁ ନେଇ ତତ୍ପର ହୋଇଉଠିଛି । ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରୁବେଲା ଭାଇରସକୁ ନେଇ ଗର୍ଭବତୀ ମହିଳାମାନଙ୍କୁ ସତର୍କ କରାଇଛନ୍ତି । କାରଣ ଗର୍ଭବତୀ ମହିଳା ଏହି ଭାଇରସ୍‌ରେ ଆକ୍ରାନ୍ତ ହେଲେ ସେମାନଙ୍କ ସନ୍ତାନ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ୍ ଦେଖାଦିଏ । ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ୍ ଓ ଜ୍ୱର ରହୁଛି ସେମାନେ ରୁବେଲା ଟେଷ୍ଟ କରିବା ନେଇ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ ୧୮ ଜଣ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ୍ ଲକ୍ଷଣ ଥିଲା । ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ବିଶେଷକରି ଏହି ଭାଇରସ୍ ବର୍ତ୍ତମାନ ୧ ବର୍ଷ, ୬ ବର୍ଷ ଓ ୮ ବର୍ଷ ପିଲାଙ୍କ ମଧ୍ୟରେ ବହୁଳ ଭାବେ ଦେଖାଯାଉଛି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆମର ଆରଆରଟି ଟିମ୍ ସର୍ଭେଲାନ୍ସ କରୁଛି । ଇମ୍ୟୁନାଇଜେସନକୁ ଗୁରୁତ୍ୱ ଦିଆଯାଉଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । କେହି ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

Exit mobile version