Site icon ଆଜିକାଲି

କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅପିଲ୍

New Delhi: A healthcare worker collects a swab sample of a man for Covid-19 test, amid a sudden spurt in COVID 19 cases, in New Delhi, on Thursday, April 13, 2023.(Photo: Qamar Sibtain/IANS)

ଭୁବନେଶ୍ୱର : କୋଭିଡର ନୂଆ ଭାରିଆଣ୍ଟ ନେଇ ଚିନ୍ତା ପ୍ରକାଶ ପାଇଥିବା ବେଳେ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୩ ତାରିଖ ପରଠାରୁ ଓଡ଼ିଶାରେ କୋରୋନାର ଗୋଟିଏ ବି ମାମଲା ରିପୋର୍ଟ ହୋଇନଥିଲେ ମଧ୍ୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଆବଶ୍ୟକ ପଡି଼ଲେ କୋଭିଡ ପରୀକ୍ଷା ସେଣ୍ଟର ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ମାସ୍କ ବାଧ୍ୟତାମୂଳକ ପାଇଁ ଗାଇଡଲାଇନ୍‌ ଆସିନାହିଁ । ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ୍‌ ଚିହ୍ନଟ ହୋଇନାହିଁ । ସର୍ଭିଲାନ୍ସ ବଢ଼ାଇବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Exit mobile version