Site icon ଆଜିକାଲି

ଶନି ମନ୍ଦିରକୁ ସୁନାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ ଦାସ

ଭୁବନେଶ୍ୱର : ମହାରାଷ୍ଟ୍ର ଅହମଦନଗର ଜିଲାର ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ମନ୍ଦିରକୁ ସୁନାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ। ଏହି କଳସ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପାରେ ନିର୍ମିତ ହୋଇଛି। ଯାହାର ଦାମ ପାଖାପାଖି ଏକ କୋଟି ଟଙ୍କା। ଏହି ମନ୍ଦିରରେ ଏହା ପ୍ରଥମ କରି ସବୁଠୁ ବଡ ଦାନ ବୋଲି ସୂଚନା ମିଲିଛି ।

ଶନିବାର ସନ୍ଧ୍ୟା ଆଳତି ସମୟରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଶନିଦେଵଙ୍କ ପ୍ରତିମୂର୍ତ୍ତି ନିକଟରେ ସପରିବାର ପହଞ୍ଚି ରିତି ନୀତି ଆନୁସାରେ କଳସ ଅର୍ପଣ କରିଥିଲେ। କଳସଟି ଆନନ୍ଦ ଭଲଗତ ନାମକ ଜଣେ ସୁନାରୀ ତିଆରି କରିଛନ୍ତି। କଳସରେ ଶ୍ରୀ ଶନେସ୍ଵରାୟ ନମଃ ଲେଖା ଥିନା ଶନିଦେନଙ୍କ ମନ୍ତ୍ର ଖୋଦିକି ଲେଖା ହୋଇଛି। ତେବେ କୋଟିଏ ଟଙ୍କାର ସୁନା କଳସ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରଦାନ କରିବା ପରେ ଓଡିଶାରେ ବଡ ଚର୍ଚ୍ଚାର ବିଷୟ ପାଳଟିଛି।

Exit mobile version